ମୟୁରଭଞ୍ଜ: ଚୋରି ସନ୍ଦେହର କରୁଣ ପରିଣତି ହଜିଗଲା ମାନବିକତା, ଭୁଲିଗଲେ ଦୟାମାୟା। ବିଚ ରାସ୍ତାରେ ଦୁଇ ନାବାଳକକୁ ଚାପୁଡ଼ା ଓ ବେକରେ ତଣ୍ଟିଆ ଦେଲେ ଜଣେ ବ୍ୟକ୍ତି। ଯାହାର ଭିଡିଓ ସାମ୍ନାକୁ ଆସିଛି।
ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଶାଳମୁଣ୍ଡଳୀ ଗ୍ରାମରେ ଘଟିଛି ଏଭଳି ଘଟଣା। ଗ୍ରାମର ଦୁଇ ଜଣ ୧୧ ବର୍ଷ ର ନାବାଳକ ସ୍କୁଲ ପଛ ପାଖରେ ପଡ଼ିଥିବା ଏକ ଖରାପ ଚାର୍ଜଙ୍ଗ ବ୍ୟାଟେରୀ ଖେଳିବା ନିମନ୍ତେ ଆଣିଥିଲେ। ହେଲେ ଗ୍ରାମର ରାମଚନ୍ଦ୍ର ସାହୁ ତାଙ୍କ ଜଳଖିଆ ଦୋକାନରୁ ଏହି ଦୁଇ ନାବାଳକ ଖାଇବାକୁ ଯାଇ ବ୍ୟାଟେରୀ ଚୋରି କରି ଆଣିଥିବା ଅଭିଯୋଗ କରିଥିଲେ । ଯାହାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ନାବାଳକଙ୍କ ପରିବାର ଲୋକଙ୍କୁ ଜଣାଇବା ପରିବର୍ତ୍ତେ ସେମାନଙ୍କୁ ରାସ୍ତାରେ ଅଟକାଇ ଥିଲେ। ଏହାପରେ ତାଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥିଲେ। ଦୁଇ ନାବାଳକଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରିବା ସହିତ ତଣ୍ଟିଆ ମାରିଥିଲେ । ଯେଉଁ ଘଟଣାର ସମ୍ପୂର୍ଣ୍ଣ ଭିଡିଓ ଏବେ ସାମ୍ନାକୁ ଆସିଛି। ଘଟଣା ବାବଦରେ ନାବାଳକ ମାନେ ଘରେ ଜଣାଇବା ପରେ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।