ଭୂମିକମ୍ପରେ ଥରିଲା ତିବ୍ଦତ। ୧୫ କିଲୋମିଟର ଗଭୀରତାରେ ଏକ ଭୂକମ୍ପ ଅନୁଭୂତ ହୋଇଛି, ଯାହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୩.୬ ରେକର୍ଡ କରାଯାଇଛି। ଭାରତ ସରକାରଙ୍କ ନ୍ୟାସନାଲ୍ ସେଣ୍ଟର୍ ଫର୍ ସେଇସ୍ମୋଲୋଜି (NCS) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ସମାନ ସମୟରେ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଭୂକମ୍ପ ଝଟକା ରେକର୍ଡ କରାଯାଇଛି। ଭାରତର ଅରୁଣାଚଳ ପ୍ରଦେଶରେ ମଧ୍ୟ ୩.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଆଫଗାନିସ୍ତାନରେ ୩.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।
ବର୍ତ୍ତମାନ ସୁଦ୍ଧା ଏହି ଭୂକମ୍ପ ଯୋଗୁଁ କୌଣସି ପ୍ରକାରର ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଆହତ ହେବାର ଖବର ମିଳିନାହିଁ ।