ଭୁବନେଶ୍ୱର : ଆଜିଠାରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଥାଇଲାଣ୍ଡର ବ୍ୟାଙ୍କକ ପାଇଁ ସିଧାସଳଖ ବିମାନ ସେବା ପୁଣିଥରେ ଆରମ୍ଭ ହେଉଛି । ପ୍ରାୟ ୩ ମାସ ପରେ ପୁଣି ଭୁବନେଶ୍ବରରୁ ବ୍ୟାଂକକ ଉଡ଼ିବ ବିମାନରାତି ୧୧ଟା ୫ରେ ଭୁବନେଶ୍ୱରରୁ ବିମାନ ବାହାରିବ, କାଲି ସକାଳ ସାଢ଼େ ୫ରେ ପହଞ୍ଚିବ।
ସୂଚନା ଅନୁଯାୟୀ, ବ୍ୟାଙ୍କକ୍କୁ ଏହି ବିମାନ ସେବା ସପ୍ତାହକୁ ଦୁଇଥର ଚାଲିବ। କିଛି କାରଣରୁ ପୂର୍ବରୁ ଏହି ରୁଟ୍ରେ ବିମାନ ଉଡ଼ାଣ ବନ୍ଦ ରହିଥିଲା। ଏବେ ପୁଣି ଏହି ଅନ୍ତର୍ଜାତୀୟ ରୁଟ୍ରେ ବିମାନ ଚଳାଚଳ ଆରମ୍ଭ ହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ବ୍ୟାଙ୍କକ୍କୁ ସିଧାସଳଖ ବିମାନ ସେବା ଆରମ୍ଭ ହେଲେ ଓଡ଼ିଶାରୁ ଥାଇଲାଣ୍ଡ ଯାତାୟାତ ଅଧିକ ସୁବିଧାଜନକ ହେବ। ବିଶେଷକରି ପର୍ଯ୍ୟଟକ, ବ୍ୟବସାୟୀ ଓ ଅନ୍ତର୍ଜାତୀୟ ଯାତ୍ରୀମାନେ ଏଥିରୁ ଲାଭ ପାଇବେ। ଭୁବନେଶ୍ୱର ବିମାନବନ୍ଦରରୁ ଆଉ ଏକ ଅନ୍ତର୍ଜାତୀୟ ରୁଟ୍ରେ ସେବା ପୁଣି ଆରମ୍ଭ ହେବା ରାଜ୍ୟର ବିମାନ ଯୋଗାଯୋଗକୁ ମଧ୍ୟ ଅଧିକ ସୁଦୃଢ଼ କରିବ।