ଭୁବନେଶ୍ଵର: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହୋଇଛି । କ୍ଷୀର ଦାମ ବୃଦ୍ଧି କରିବାକୁ ଓମଫେଡ୍ ନିଷ୍ପତି ନେଇଛି । ଲିଟର ପିଛା କ୍ଷୀର ଦାମ ୨ରୁ ୪ ଟଙ୍କା ବୃଦ୍ଧି କରିଛି ଓମଫେଡ଼୍ । ଏହି ନୂତନ ଦର ଆସନ୍ତା ୪ ତାରିଖରୁ ଲାଗୁ ହେବ ।
ଟୋନ୍ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି । ଟୋନ୍ଡ କ୍ଷୀର ଲିଟର ୫୪ ଟଙ୍କାରୁ ବୃଦ୍ଧି ପାଇ ହେବ ୫୮ ଟଙ୍କା ହେବ । ଟୋନ୍ଡ ଦୁଗ୍ଧ ପ୍ୟାକେଟ୍ (୫୦୦ ମି.ଲି) ୨ ଟଙ୍କା ବୃଦ୍ଧି ହେବ । ସେହିପରି ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ଲିଟର ୫୮ ଟଙ୍କାରୁ ୬୦ ଟଙ୍କା ହେବ । ପ୍ରିମିୟମ ଦୁଗ୍ଧ ପ୍ୟାକେଟ୍ ଦାମ୍ ୧ ଟଙ୍କା ବୃଦ୍ଧି ହେବ । ଗୋଲ୍ଡ ପ୍ଲସ୍ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ପାଇବ । ଗୋଲ୍ଡ ଦୁଗ୍ଧ ଲିଟର ପ୍ରତି ୬୪ ଟଙ୍କାରୁ ବୃଦ୍ଧି ପାଇ ୬୬ ଟଙ୍କା ହେବ ।
ଓମଫେଡ୍ ପରିଚାଳନା କମିଟି ବୈଠକରେ ଦର ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି । ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ଯୋଗୁଁ ଉତ୍ପାଦନ ଓ ପରିବହନ ଖର୍ଚ୍ଚ ବୃଦ୍ଧି ପାଇଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଓମଫେଡ୍ ପକ୍ଷରୁ କୁହାଯାଇଛି ।
ତେବେ ଗତ ୫ ମାସ ମଧ୍ୟରେ ଓମଫେଡ୍ ଦ୍ୱିତୀୟ ଥର ପାଇଁ ଦରରେ ବୃଦ୍ଧି କରିଛି । ଏହା ପୂର୍ବରୁ ସେପ୍ଟେମ୍ବର ୯ ତାରିଖରେ ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ ଦର ୨ ଟଙ୍କା ବଢ଼ାଯାଇଥିଲା ।