ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଡ଼ିଓ ସଞ୍ଜୀବ କୁମାର ମହାପାତ୍ରଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅଫିସ୍ ଅର୍ଡର ଜାରି ହୋଇଛି । ନିଲମ୍ବନ ଅବଧି ମଧ୍ୟରେ ସେ ତାଙ୍କ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବେ । ସେ ଜିଲ୍ଲାପାଳଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।
ଉଲ୍ଲେଖ ଯୋଗ୍ୟ, ବନ୍ୟା ପରିଚାଳନା ଓ ବିପର୍ଯ୍ୟୟ ମୁକାବିଲାରେ ଅବହେଳା ନେଇ ବିଡ଼ିଓଙ୍କୁ ବିରୋଧରେ ଅଭିଯୋଗ ରହିଥିଲା । ତଥାପି ନିଲମ୍ବନର ପ୍ରକୃତ କାରଣ ଜଣାପଡ଼ି ନାହିଁ ।