ଭୁବନେଶ୍ୱର : ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ହେଲେ ଆଇଏଏସ ଦେବାଶିଷ ସିଂହ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ସେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (GA & PG) ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ବ୍ୟାଚ୍ ଆଇଏଏସ ଅଧିକାରୀ।
ଆଇଏଏସ (IAS) ଦେବାଶିଷ ସିଂହ ହେଉଛନ୍ତି ଓଡ଼ିଶା କ୍ୟାଡରର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ। ସେ ୨୦୧୫ ବ୍ୟାଚ୍ର ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଅଟନ୍ତି ।
ସୁବର୍ଣ୍ଣପୁର ଜିଲ୍ଲାପାଳ ହେବା ପୂର୍ବରୁ ସେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର (GA & PG Dept.) ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିଲେ। ଏହା ସହିତ ସେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଉ ଛନ୍ତି।ସେ ସମାଜବିଜ୍ଞାନ (Sociology) ରେ ଏମ.ଏ. (M.A.) ଏବଂ ଏମ.ଫିଲ୍ (M.Phil.) କରିଛନ୍ତି।