ଭୁବନେଶ୍ୱର : ଆଗାମୀ ଅକ୍ଟୋବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ କୋଲକାତାରେ 'ଜନସେବକଙ୍କ ମହାକୁମ୍ଭ' ଆୟୋଜନ କରାଯିବ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।
ସେ କହିଛନ୍ତି ସରପଞ୍ଚଙ୍କଠାରୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଜନପ୍ରତିନିଧି ଏଥିରେ ସାମିଲ ହେବେ। ଓଡ଼ିଶାରୁ ମଧ୍ୟ ଜନପ୍ରତିନିଧିମାନେ ଏଥିରେ ଯୋଗଦେବେ। ଓଡ଼ିଶାରୁ ଯୋଗଦେବାକୁଥିବା ଜନପ୍ରତିନିଧିଙ୍କ ତାଲିକା ପ୍ରସ୍ତୁତି ପାଇଁ ମନ୍ତ୍ରୀ ରବି ନାଏକ ଓ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।
ମନମୋହନ ସାମଲ କହିଛନ୍ତି ଯେ, ୨୦୦୧ ମସିହାର ଏହି ଦିନ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ହେବାକୁ ଯାଉଛି । ଏହି ଅବସରରେ ସମଗ୍ର ଭାରତ ବର୍ଷରେ ଚାରିଟି ସ୍ଥାନରେ ‘ଜନସେବକଙ୍କ ମହାକୁମ୍ଭ' ଆୟୋଜନ କରାଯାଉଛି । କୋଲକାତାରେ ଓଡ଼ିଶା ରିଜନର କାର୍ଯ୍ୟକ୍ରମ ହେବ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସମନ୍ୱୟ ଦାୟିତ୍ୱ ଦିଆଯାଇଛି, ସେମାନେ ଲିଷ୍ଟ ପ୍ରସ୍ତୁତ କରୁଛନ୍ତି । କେଉଁଥିରେ ଏବଂ କେତେ ଜଣ କୋଲକାତା ଗସ୍ତ କରିବେ ସେ ନେଇ ଯୋଜନା ପ୍ରସ୍ତୁତ ଚାଲିଛି ।