ଭୁବନେଶ୍ୱର: ରେଳ ଷ୍ଟେସନରେ ଜନ୍ମ ନେଲା ଶିଶୁ କନ୍ୟା । ଭୁବନେଶ୍ୱର ରେଳ ଷ୍ଟେସନର ପ୍ଲାଟ ଫର୍ମରେ ଜଣେ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଉଭୟ ବର୍ତ୍ତମାନ ସୁସ୍ଥ ଅଛନ୍ତି ।
ବାଙ୍ଗିରୀପୋଷି-ପୁରୀ ଏକ୍ସପ୍ରେସରେ ଜଣେ ଗର୍ଭବତୀ ମହିଳା ଯାତ୍ରା କରୁଥିଲେ । ଭୁବନେଶ୍ୱର ପାଖାପାଖି ମହିଳାଙ୍କ ପ୍ରସବ ଯନ୍ତ୍ରଣା ହୋଇଥିଲା । ଭୁବନେଶ୍ୱର ଷ୍ଟେସନରେ ଟ୍ରେନ୍ ଅଟକିବା ପରି ଆରପିଏଫ୍ ଏବଂ ମେରି ସହେଲୀ ଟିମ୍ ପହଁଚିଥିଲେ । ମହିଳା ଜଣକ ପ୍ଲାଟଫର୍ମରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଏହା ପରେ ମହିଳା ଏବଂ ନବଜାତ ଶିଶୁକୁ କ୍ୟାପିଟାଲ୍ ହସ୍ପିଟାଲକୁ ନିଆଯାଇଥିଲା । ଚିକିତ୍ସା ପରେ ଉଭୟ ମାଆ ଏବଂ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି ।