ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ସ୍ୱଦେଶ ସିଂ ଭୁବନେଶ୍ୱରରେ ପହଁଚିଛନ୍ତି । ନୂତନ ଭାବେ ରାଜ୍ୟ ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ପୁରନ୍ଦେଶ୍ୱରୀଙ୍କ ଏହା ପ୍ରଥମ ଗସ୍ତ । ଉଭୟ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି ।
ପୁରନ୍ଦେଶ୍ୱରୀ ବିଭିନ୍ନ ଦଳୀୟ ବୈଠକରେ ଯୋଗ ଦେବେ । ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସିଂ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସିଧାସଳଖ ଆଲୋଚନା କରିବେ । ଏହି ବୈଠକରେ ୩୭ଟି ସାଙ୍ଗଠନିକ ପ୍ରଭାରୀଙ୍କ ସହିତ ଆଲୋଚନା କରିବେ । ଆଗାମୀ ନିର୍ବାଚନରେ ଦଳର ରଣନୀତି ନେଇ ଗୁରୁମନ୍ତ୍ର ଦେବେ ।
ଭୁବନେଶ୍ୱରରେ ପୁରନ୍ଦେଶ୍ୱରୀ ପହଁଚିବା ପରେ ପ୍ରତିକ୍ରିୟା ଦେଇଛନ୍ତି ଯେ ସରକାର ଓ ସଂଗଠନ ମଧ୍ୟରେ ମିଳିତ ସମନ୍ୱୟ ନେଇ ଆଗକୁ ବଢିବୁ । ସରକାର ଓ ସଂଗଠନ ମଧ୍ୟରେ ସଠିକ୍ ସମନ୍ୱୟ ରଖି ବିଜେପି ଆଗକୁ ବଢିବ । ଲୋକଙ୍କ ଆଶୀର୍ବାଦ ଏବଂ ଦଳୀୟ କର୍ମୀଙ୍କ ପରିଶ୍ରମରେ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବୁ ବୋଲି କହିଛନ୍ତି ପ୍ରଭାରୀ ।