ଶରତ ଋତୁର ଆଦ୍ୟ ମାସ ଭାଦ୍ରବ। ଚାରିଆଡେ ସବୁଜିମା ଭରା ଶସ୍ୟ କ୍ଷେତ୍ର। କlଶତଣ୍ଡି ଫୁଲର ସମ୍ଭାର ଏବଂ ଏହି ସମୟରେ ପୃଥିବୀ ପୃଷ୍ଠକୁ ଓହ୍ଲାଇ ଆସନ୍ତି ପ୍ରଭୁ ଅଗ୍ରପୂଜ୍ୟ ଗଣପତି ଗଜାନନ। ବୌଦ୍ଧ ଜିଲ୍ଲାର ପୁରପଲ୍ଲୀ ଗଣପତିଙ୍କର ଆରାଧନା ଓ ପୂଜାର୍ଚ୍ଚନାରେ ଉତ୍ସବ ମୁଖର। ବିଦ୍ୟାଳୟ ଠାରୁ ଆରମ୍ଭ କରି ପୋଲିସ ଥାନା, ବିଭିନ୍ନ ବିଭାଗ ତଥା ବଡ଼ ବଡ଼ ପୁଜା ମଣ୍ଡପରେ ପୁଜା ପାଉଛନ୍ତି ଗଣଧୀଶ। ତେଣୁ ସୁଦୃଶ୍ୟ ଆଲୋକମାଳାରେ ସୁସଜ୍ଜିତ ମଣ୍ଡପରେ ପ୍ରଭୁ ଗଣେଶ୍ୱର ପୂଜିତ। ବୌଦ୍ଧ ସହରର ବିଭିନ୍ନ ସାହି ତଥା ବଜାର, ଜଙ୍ଗଲ ବିଭାଗ ପକ୍ଷରୁ ଧୁମଧାମରେ ପାଳିତ ହୋଇଛି ଗଣେଶ ପୂଜା। ରାଜନପାଲି, ବୁଟୁପାଲି ଗଙ୍ଗାଧର ମେହେର ଛକ, ବାବୁସlହି, ପଲାଶ, ବୌଦ୍ଧ ଜିଲ୍ଲା ଜଙ୍ଗଲ ବିଭାଗର DFO ଙ୍କ କାର୍ଯ୍ୟlଳୟ ଆଦି ସ୍ଥାନରେ ମହାସମାରୋହରେ ପାଳିତ ହୋଇଛି ବିଘ୍ଣହର୍ତ୍ତlଙ୍କ ପୂଜା।