ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତୁଲୁ ଗ୍ରାମରେ ଏକ ଅଘଟଣ ଘଟିଯାଇଛି । ଗଣେଶ ଭସାଣି ବେଳେ ବୁଲିଲା ମାରଣାସ୍ତ୍ର । ଫଳରେ ବଡ଼ଭାଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ ଅମୃତୁଲୁ ଗାଁରେ ଗତ ରାତିରେ ଗଣେଶ ଭସାଣି ଚାଲିଥିଲା । ଏହି ସମୟରେ ହଠାତ୍ କୌଣସି କାରଣକୁ ନେଇ ଭସାଣି ସମୟରେ ବିବାଦ ହୋଇଥିଲା । ଏପିରିକି ଭସାଣିରେ ସାମିଲ ଥିବା ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ମେଡିକାଲ ବେଡରେ ମରଣ ସହ ଲଢ଼ୁଛି। ତେବେ ମୃତ ବଡ଼ ଭାଇ ଜଣକ ବାବୁ ସ୍ୱାଇଁ ହୋଇଥିବା ବେଳେ ଗୁରୁତରଜଣଙ୍କ ଜିତୁ ସ୍ୱାଇଁ ବୋଲି ଜଣାପଡିଛି।