ଭୁବନେଶ୍ୱର : ସୁଭଦ୍ରା ଯୋଜନା ଅଧୀନରେ ଆବେଦନ କରିଥିବା ୨ ହଜାର ମହିଳାଙ୍କ ଆବେଦନ ପତ୍ର ଖାରଜ କରାଯାଇଛି l ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ତେବେ ଆକାଉଣ୍ଟ ସଠିକ୍ ନଥିବାରୁ ଅନେକ ଆବେଦନ ରିଜେକ୍ଟ ହୋଇଥାଇପାରେ ବୋଲି ପ୍ରଭାତୀ ପରିଡା କହିଛନ୍ତି l ଶତ ପ୍ରତିଶତ ଆବେଦନ କ୍ଲିୟର ହୋଇଛି ଏବେ ଆଉ ପେଣ୍ଡିଂ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ମଙ୍ଗଳବାର ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ଜଣ ମହିଳାଙ୍କୁ ସୁଭଦ୍ରାର ପ୍ରଥମ କିସ୍ତିର ୫୦୦୦ ଟଙ୍କା ମିଳିଛି । ରାଜ୍ଯ ସରକାର ମୋଟ ୧୨୫୦ କୋଟି ଟଙ୍କା ଆକଉଣ୍ଟକୁ ପଠାଇଛନ୍ତି।