ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ପୋଲିସ ଚଢଉ କରିଛି । ଗୋଟିଏ ନକଲି ଗୁଟଖା କମ୍ପାନୀରେ ଚଢଉ କରିଛି ବ୍ରହ୍ମପୁର ପୋଲିସ । ଏହି ଚଢଉ ଫଳରେ ବିପୁଳ ପରିମାଳରେ ଗୁଟଖା ଜବତ କରିଛି ବ୍ରହ୍ମପୁର ପୋଲିସ ।
ସୂଚନା ଅନୁସାରେ, ଏକ ବଡ଼ଧରଣ ନକଲି ଗୁଟ୍ଖା କାରଖାନା ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଚାଲିଥିଲା । ଯାହାର ଖବର ପାଇ ଗୁରୁବାର ସକାଳୁ ସକାଳୁ ପୋଲିସର ଏକ ଟିମ୍ ଯାଇ ଉକ୍ତ ଗୁଟ୍ଖା କାରଖାନାରେ ଚଢାଉ କରିଥିଲା । ଏହି ଚଢାଉ ଫଳରେ ପୋଲିସ ବିପୁଳ ପରିମାଣର ଗୁଟ୍ଖା ଜବତ କରିଛି । ତେବେ ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଅଧିକା ପଢନ୍ତୁ: ମୃତ ଶିଶୁକୁ ଧରି ମେଡ଼ିକାଲ ସାମ୍ନାରେ ଧାରଣାରେ ବସିଲେ ଦମ୍ପତି