ବାରିପଦା: ମୟୁରଭଞ୍ଜ ଜିଲ୍ଲା ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ଶିଶୁ କନ୍ୟାକୁ ଧରି ବାପା ମାଆ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ବାପା ମାଆ ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ଦମ୍ପିତ୍ତିଙ୍କ ୫ ମାସର ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ବାପା ମାଆ ତୁରନ୍ତ ଶିଶୁ କନ୍ୟା ଧରି ଉଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିଲା ।
ମାତ୍ର ଝିଅର ମୃତ୍ୟୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ବାପା ମାଆ । ଡାକ୍ତରଙ୍କ ଅବହେଳାରୁ ଝିଅର ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ଦାବିରେ ଦମ୍ପତି ଝିଅର ମୃତ ଦେହକୁ ମେଡ଼ିକାଲ ସମ୍ମୁଖରେ ରଖି ଧାରଣାରେ ବସିଛନ୍ତି । ତେବେ ଏ ନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ ।