ଖବର ଓଡିଶା : ବୁଧବାର ନନ୍ଦନକାନନରୁ ପୁଣି ବାଲୁଖଣ୍ଡ ଅଭୟାରଣ୍ୟ ଯାଇଛନ୍ତି କୃଷ୍ଣସାର ମୃଗ। ଦ୍ବିତୀୟ ପର୍ଯ୍ୟାୟରେ ଗତ ରାତିରେ ଏକ ସ୍ବତନ୍ତ୍ର ଭ୍ୟାନରେ ପୁରୀ କୋଣାର୍କ ସ୍ଥିତ ବାଲୁଖଣ୍ଡ ଅଭୟାରଣ୍ୟକୁ ୧୩ଟି କୃଷ୍ଣସାର ମୃଗ ଯାଇଛନ୍ତି ।
ତେବେ ପୂର୍ବରୁ ଗତ ଜୁନ୍ ମାସରେ ୧୦ଟି କୃଷ୍ଣସାର ମୃଗ ବାଲୁଖଣ୍ଡ ଅଭୟାରଣ୍ୟ ଯାଇଥିଲେ । ସେଠାରେ ତାଙ୍କୁ କ୍ବାରେନଣ୍ଟିନରେ ରଖାଯାଇ ତାଙ୍କର ଯତ୍ନ ନିଆଯାଉଛି । ତେବେ କୃଷ୍ଣସାର ମୃଗଙ୍କ ରକ୍ଷଣାବେକ୍ଷଣ ପାଇଁ କୋଣାର୍କ ବନାଞ୍ଚଳ ଅଧୀନ କୁରୁଜଙ୍ଗ ଇଡିସି ସଂଲଗ୍ନ ୩୦ ହେକ୍ଟର ଜମିରେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି। କୃଷ୍ଣସାର ମୃଗଙ୍କୁ ଖାଇବାକୁ ସ୍ୱତନ୍ତ୍ର ଘାସ, ଖାଦ୍ୟ ଓ ଜଳ ବ୍ୟବସ୍ଥା ହୋଇଛି। ଏଠାରେ ତାଙ୍କ ପାଇଁ ଅତ୍ୟନ୍ତ ପ୍ରତିକୂଳ ପରିବେଶ ରହିଛି । ତେବେ ପରବର୍ତ୍ତୀ ସମୟରେ ସେମାନଙ୍କୁ ପୁଣି ଅଭୟାରଣ୍ୟ ଖୋଲା ବିଚରଣ ପାଇଁ ଛଡାଯିବ ବୋଲି ସୂଚନା ରହିଛି ।