ଭଦ୍ରକ : ଗୁରୁବାର ପୂର୍ବତନ ବିଜେପି ନେତା ତଥା ଶିକ୍ଷାମନ୍ତ୍ରୀ ସୂରଜ ସୁର୍ଯ୍ୟବଂଶୀଙ୍କ ପିତା ବିଷ୍ଣୁ ଚରଣ ସେଠୀଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି। ଏହି ଅବସରରେ ତିହିଡି କାଳୀ ପଡ଼ିଆ ରେ ସ୍ମୃତି ଚାରଣ ସଭା ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ସହ ଯୋଗ ଦେଇଥିଲେ , ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ , ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ , ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ,ବିଜୟ ପାଲ ସିଂ ତୋମାର ପ୍ରମୁଖ । ଏହି ଅବସର ରେ ଅତିଥି ମାନେ ବିଷ୍ଣୁ ସେଠୀ ଙ୍କ କବିତା ସଙ୍କଳନ ନଈ ପାଣି ନଈ କୁ ଯା ଉନ୍ମୋଚିତ କରିଛନ୍ତି । ବିଷ୍ଣୁ ସେଠୀ ସ୍ମୃତି ସଂସଦ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ହଜାର ହଜାର ସଂଖ୍ୟା ରେ ବିଷ୍ଣୁ ଙ୍କ ଶୁଭେଚ୍ଛୁ ଯୋଗ ଦେଇଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନମାଝୀ ବିଷ୍ଣୁ ସେଠୀ ଙ୍କ ସମୃଦ୍ଧ ଓଡିଶା ଗଠନର ପରିକଳ୍ପନା ରୁ ମୁଁ ପ୍ରେରଣା ପାଇଛି ବୋଲି କହିଛନ୍ତି ।