ରାୟଗଡା : ଥାନାରେ ପଶି ଭଙ୍ଗାରୁଜା କଲେ ଶତାଧିକ ମହିଳା ଓ ପୁରୁଷ। ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଭିତରେ ସିଯି ମାଳି ଖଣି ଖନନ ବିରୋଧୀ ଗୋଷ୍ଠି ଥାନାରେ ପଶି ଯାଇଥିବା ବେଳେ ଥାନାର ଆସବାବ ପତ୍ର ଭାଙ୍ଗି ନିଆଁ ଲଗେଇ ଦେଇଥିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି।
ସୂଚନା ମୁତାବକ ସୁଙ୍ଗେର ପଞ୍ଚାୟତର ବନ୍ତେଜି ଗ୍ରାମର ଖଣି ଖାଦାନ କୁ ବିରୋଧ କରୁଥିବା କାର୍ତ୍ତିକ ନାଏକଙ୍କୁ ଗିରଫ କରିବା ପରେ ଏକ ବୃହତ୍ ସମୁଦାୟ ବିରୋଧୀ ଗୋଷ୍ଠୀ ପାରମ୍ପରିକ ଅସ୍ତ୍ର ଧରି କାଶୀପୁର ଥାନା ଭିତରେ ପଶି ଏହି ଗିରଫକୁ ବିରୋଧ କରି ଥାନା କାର୍ଯ୍ୟାଳୟର କବାଟ ଝରକା ଭାଙ୍ଗିବା ସହ ଏହାକୁ ନିଆଁ ଲଗେଇ ଦେଇଥିଲେ । ଏହି ଘଟଣା ପରେ କାଶୀପୁର ଅଞ୍ଚଳ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ଏ ନେଇ ରାୟଗଡ଼ା ଏସ ପି କାଶୀପୁର ଯାଇ ଘଟଣାସ୍ଥଳରେ ତଦନ୍ତ କରିଥିବା ସୂଚନା ରହିଛି ।