ପୁରୀ : ମୋହନ ସରକାରଙ୍କ ୧୦୦ ଦିନ ପୂର୍ତ୍ତିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜର ଅଭିଭାଷଣ ରଖିଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଆମେ ଶହେ ଦିନରେ ଗୋଟିଏ ଗୋଟିଏ କଥା ରଖିଛୁ ପ୍ରଥମେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଲା , ରତ୍ନ ଭଣ୍ଡାର ଖୋଲିଲା, ସୁଭଦ୍ରା ସହାୟତା ଦିଆଗଲା। ଶ୍ରୀମନ୍ଦିର ପାଇଁ ୫୦୦ କୋଟି, ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର କର୍ପସ ଫଣ୍ଡ ରହିଛି। ଏ ସରକାରର ବଡ଼ ସଫଳତା, ଲୋକଙ୍କ ସହ ଯୋଡ଼ିହେବାର ପ୍ରତିବଦ୍ଧତା। ୨୫ ଲକ୍ଷ ମହିଳାଙ୍କୁ ସୁଭଦ୍ରା ମିଳିଛି, ଅନ୍ୟ ମହିଳାଙ୍କୁ ଖୁବଶୀଘ୍ର ମିଳିବ। ଓଡିଶାର ଗରିବି ସୀମାରେଖା ତଳେ ରହୁଥିବା ଲୋକ ଯେଉଁ ସ୍ୱପ୍ନ ଦେଖୁଛି ତାକୁ ପୂରଣ କରିବାକୁ ଆମେ ପ୍ରତିଶୃତିବଦ୍ଧ । ଓଡିଶାର ଏକ ନବ ଯୁଗର ଆରମ୍ଭ ହେବ । ମହିଳାଙ୍କ ନେତୃତ୍ୱରେ ଓଡିଶା ଅର୍ଥନୀତିର ଅଗ୍ରଗତି ହେବ । 'ମୋଦୀ ଗ୍ୟାରେଣ୍ଟି'ରେ ଯାହା ଲେଖିଛୁ ତାହା ନିଶ୍ଚୟ ପୂରଣ କରିବୁ ବୋଲି ପ୍ରଭାତୀ ପରିଡା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଏପରି ମନ୍ତ୍ରୀମଣ୍ଡଳ ଓଡିଶା କେବେ ଆଗରୁ ଦେଖିନଥିଲା କାରଣ ଆମର ସମସ୍ତ ମନ୍ତ୍ରୀ ନିଜକୁ ରାଜ୍ୟର ସେବାରେ ଲଗାଇବାକୁ ବଦ୍ଧପରିକର ଅଟନ୍ତି । ଆମକୁ ଓଡ଼ିଶାର ସାଢ଼େଚାରିକୋଟି ଓଡ଼ିଆ ଭଲପାଉଥିବାରୁ ଧନ୍ୟବାଦ । ଆମେ କଥା ଦେଉଛୁ ବିକାଶ ଘରେ ଘରେ ପହଞ୍ଚାଇବୁ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।