ଖବର ଓଡିଶା : ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ଆଜି ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି ।
ଆଜି ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରାଯାଇଛି । ଗୁରୁବାର ପେଟ୍ରୋଲ ଦର ଲିଟର ପ୍ରତି ୧୦୦.୯୭ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଛି ୯୨.୫୫ ଟଙ୍କା ରହିଛି ।ସେପ୍ଟେମ୍ବର ୧୮ ତାରିଖ ଅର୍ଥାତ ବୁଧବାର ଦିନ ଭୁବନେଶ୍ବରରେ ପେଟ୍ରୋଲ ୧୦୧.୦୬ ଟଙ୍କା ଓ ଡିଜେଲ ୯୨.୫୫ ଟଙ୍କା ଥିଲା । ଗତକାଲି ଅପେକ୍ଷା ଆଜି ତେଲ ଦରରେ କମିଥିବାରୁ ନୂଆ ରେଟ୍ ଜାରି କରାଯାଇଛି ।
ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଓ ଡିଜେଲ ଦର ସମାନ ରହିଛି । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ।ଅନ୍ୟ ସହର ଗୁଡିକରେ ପ୍ରାୟତଃ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ମୁମ୍ବାଇରେ ପେଟ୍ରୋଲ ୧୦୩.୪୪ ଟଙ୍କା ରହିଥିବା ବେଳେ ଡିଜେଲ ରହିଛି ୮୯.୯୭ ଟଙ୍କା । ଦୀର୍ଘ ଦିନ ହେଲା ମୁମ୍ବାଇରେ ତେଲ ଦର ସମାନ ରହିଛି ।
ସୂଚନା ଯୋଗ୍ୟ ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଉ ସେହି ଅନୁଯାୟୀ ଦେଶ ତଥା ରାଜ୍ୟମାନଙ୍କରେ ତୈଳ ଦର ନିର୍ଦ୍ଧାରଣ କରାଯାଇଥାଏ ।