ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣିଚରଣ ଶାରଳା ଏକାଡେମୀ ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଜରିଆରେ ମଣ୍ଡଳ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ତିର୍ତ୍ତୋଲ ମଣ୍ଡଳ ଶିକ୍ଷା ଅଧିନରେ ଥିବା ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ଓ ସେମିନାର ପ୍ରତିଯୋଗିତା କରାଯାଇ ସେମାନଙ୍କ ମଧ୍ୟରୁ ପ୍ରଥମ, ଦିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ସହିତ ଟ୍ରଫି ପ୍ରଦାନ କରାଯିବା ସହ ନବମ ଏବଂ ଦଶମ ପିଲାମାନଙ୍କ ମଧ୍ୟରୁ ତିନିଜଣ କୃତି ଛାତ୍ର ଛାତ୍ରୀଙ୍କୁ ଜ଼ିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା।
ଏହି ସଭାରେ ମଣ୍ଡଳ ଶିକ୍ଷା ଅଧିକାରୀ ଅକ୍ଷୟ କୁମାର ବେହେରା, ଅତିରିକ୍ତ ମଣ୍ଡଳ ଅଧିକାରିଣୀ ବିଷ୍ଣୁପ୍ରିୟା ଦେବି,ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ତପନ କୁମାର ସେନାପତି, ପଞ୍ଚାୟତ ର ସରପଞ୍ଚ ପ୍ରିୟମ୍ବଦା ମହାପାତ୍ର, ଶିକ୍ଷକ ଅକ୍ଷୟ କୁମାର ନାୟକ,ତାପସ ମହାନ୍ତି,ସୋମରେନ୍ଦ୍ର ସାହୁ, ପବିତ୍ର ମୋହନ ପାଲ,କମଲ କୁମାର ପଣ୍ଡା,ଦିପକ କୁମାର ମହାନ୍ତି,ପ୍ରଦାପ କୁମାର ଦାସ, ରଞ୍ଜନ କୁମାର ପ୍ରଧାନ,ଦିପକ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।ଏହା ସହିତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।