ଭୁବନେଶ୍ୱର : ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢିଲା । ୨୦୨୬ ମସିହା ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର । ଆସନ୍ତା ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଡିଜି ୱାଇ ବି ଖୁରାନିଆ କାର୍ଯ୍ୟରେ ରହିବେ।
ସୂଚନା ଯୋଗ୍ୟ ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ହେଉଛନ୍ତି ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ । ସେ ପୂର୍ବରୁ ବିଏସଏଫର ସ୍ପେଶାଲ ଡିଜି ଭାବେ ଦାୟିତ୍ୱ ତୁଲାଇଥିଲେ । ତା’ ପୂର୍ବରୁ ଭିଜିଲାନ୍ସ ନିର୍ଦ୍ଦେଶକ, ପୋଲିସ କମିସନର ଭାବେ ମଧ୍ୟ ନିଜ ଦାୟିତ୍ଵ ତୁଲାଇଛନ୍ତି। ଓଡ଼ିଶାରେ ଥିବା ସମୟରେ ସେ ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଏବଂ ଗଞ୍ଜାମ ଜିଲ୍ଲାର ଏସପି ଭାବରେ କାର୍ଯ୍ୟ କରିଛନ୍ତି। ଏହାସହ ଉତ୍ତରାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ଡିଆଇଜି, ଭୁବନେଶ୍ବର-କଟକ ଅତିରିକ୍ତ ପୋଲିସ କମିଶନର ଏବଂ ପୋଲିସ କମିଶନର ଭାବରେ କାର୍ଯ୍ୟ କରିଛନ୍ତି। ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଗତ ଅଗଷ୍ଟ ୧୬ ତାରିଖରେ ପୋଲିସ ଡିଜି ଭାବରେ ସେ ଦାୟିତ୍ଵ ଗ୍ରହଣ କରିଥିଲେ ।