ଖବର ଓଡିଶା : ବୁଧବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ରାଜ୍ୟପାଳ ପହଞ୍ଚିବା ପରେ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ମା' ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ ।
ଏହା ପରେ ମହୋଦଧି କୂଳକୁ ଯାଇ ପବିତ୍ର ପିତୃପକ୍ଷରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପ୍ରଣାମ କରିଥିଲେ । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ରାଜ୍ୟପାଳ କହିଛନ୍ତି ଯେ ' ସନାତନ ଧର୍ମରେ ଏହି ମାନ୍ୟତା ରହିଛି ଯେ ଗଙ୍ଗା ମାତା ସମୁଦ୍ରରେ ଆସି ବିଲୀନ ହୋଇଯାଇଛନ୍ତି ତେଣୁ ମୁ ମୋ ପୂର୍ବଜଙ୍କ ମୋକ୍ଷ ପ୍ରାପ୍ତି ନିମନ୍ତେ ପ୍ରଣାମ କଲି । ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ପୁରୀ ଧାର୍ମିକ ଓ ପର୍ଯ୍ୟଟନର ସଙ୍ଗମ ସ୍ଥଳ ଅଟେ ।
ରାଜ୍ୟପାଳ ରଘୁବର ଦାସ ଅଠରନଳା ରେ ଅବସ୍ଥିତ ମା ବାଟ ମଙ୍ଗଳାଙ୍କ ମନ୍ଦିର ଯାଇ ମଧ୍ୟ ଦର୍ଶନ କରିଥିଲେ ।