ଯାଜପୁର ଜିଲ୍ଲା ତେନ୍ତୁଲିଖୁଣ୍ଟା ଗାଁ ହୁଣ୍ଡାଇ ସୋ’ ରୁମର ଏକ କାର ଭିତରୁ ଏକ ଅଜଗର ବାହାରିଛି । ଯାହା ସାର ଅଂଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ସୂଚନା ଅନୁସାରେ, ରବିବାର ଜଣେ ଲୋକ ନିଜ କାରର ସର୍ଭିସିଂ ପାଇଁ ହୁଣ୍ଡାଇ ସୋ’ ରୁମକୁ ନେଇକି ଯାଇଥିଲେ । କାରକୁ ମେକାନିକ ଦେଖିବା ସମୟରେ ଡାସ୍ ବୋର୍ଡରେ ଏକ ସାପ ଦେଖିଥିଲେ । ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ତା ପରେ ସ୍ନେକ ହେଲପ ଲାଇନ ସଦସ୍ୟଙ୍କୁ ଖବର ଦିଆଯାଇଥିଲା । ସେମାନେ ଘଟଣାସ୍ଥଳରେ ପହଞ୍ଚି କାରର ଏସି ଚାମ୍ବରରୁ ସାପଟିକୁ ଉଦ୍ଧାର କରିଥିଲେ । ପ୍ରାୟ ୫ ଘଣ୍ଟା ପରିଶ୍ରମ ପରେ ସ୍ନେକ ହେଲପ ଲାଇନର ସଦସ୍ୟ ସାପକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସାପକୁ କଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା ।