ରାୟଗଡା - କୋରାପୁଟ ରେଳ ଲାଇନ ଉପରେ ପୁଣି ଧସିଲା ମାଟି। ଟ୍ରେନ ଚଳାଚଳ ହେଲା ବାଧାପ୍ରାପ୍ତ। ସୂଚନା ମୁତାବକ ସୋମବାର ପ୍ରାୟ ଅପରାହ୍ନ ୪ ଟା ସମୟରେ ରାୟଗଡ଼ା ଠାରୁ ଅନତିଦୂରରେ ଥିବା କେଉଟ ଗୁଡା ଷ୍ଟେସନ ନିକଟ ରେଳ ଲାଇନ ଉପରେ ପାହାଡ଼ରୁ ମାଟି ଧସି ରେଳ ଧାରଣା ଉପରେ ପଡ଼ିଛି । ଯାହାଫଳରେ ବର୍ତ୍ତମାନ କିଛି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ରେଳ ବିଭାଗ ପକ୍ଷରୁ ମାଟି ହଟାଇବା ପାଇଁ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟ ଚାଲିଛି। ପ୍ରାୟ ଘଣ୍ଟାଏ ପରେ ରେଳ ଚଳାଚଳ ସାମାନ୍ୟ ହେବା ବୋଲି ରେଳ କର୍ତ୍ତୃପକ୍ଷସୂଚନା ଦେଇଛନ୍ତି ।