ଥମୁନି ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଂଜ ତେଲକୋଇ ଫରେଷ୍ଟ ବିଟ୍ ବେଣା ଗାଁରେ ୫ ଟିକିଆ ହାତୀ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ପାଞ୍ଚ ଟିକିଆ ହାତୀପଲ ବେଣା ଗାଁ ମୁଣ୍ଡାସାହିରେ ଧଶେଇ ପଶିଥିଲେ । ଏବଂ ଗ୍ରାମର ରବିନ୍ଦ୍ର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ନଷ୍ଟ କରିଦେଇଥିଲେ । ଏହାସହ ଧାନ ଡୋଲି ଭିତରେ ରବିନ୍ଦ୍ର ୧୦ ହଜାର ଟଙ୍କା ରଖିଥିଲେ । ଯାହାକୁ ହାତୀ ପଲ ଧାନ ସହିତ ଖାଇ ଦେଇଥିଲେ । ସେପଟେ ସେହି ଗ୍ରାମର ବାବୁରାମ ମୁଣ୍ଡାଙ୍କ ଘର ଭାଙ୍ଗିବା ସହ ଅନେକ ସାମଗ୍ରୀ ନଷ୍ଟ କରିଦେଇଛନ୍ତି । ଯାହାକୁ ନେଇ ପୀଡିତ ପରିବାରକୁ ବନବିଭାଗ ପକ୍ଷରୁ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।