ଗଜପତି: ଆଜିଠାରୁ ରାଜ୍ୟର ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏହାର ଶୁଭାରମ୍ଭ କରିଛନ୍ତି । ସେହିପରି ସମସ୍ତ ଜିଲ୍ଲାରେ ମଧ୍ୟ ସୁଭଦ୍ରା ସଚେତନତା ରଥ ଗଡ଼ିଛି । ସେହିପରି ବିଭିନ୍ନ ଜିଲ୍ଲା ମାନଙ୍କରେ ଜିଲ୍ଲାପାଳଙ୍କ ଅଫିସରେ ମଧ୍ୟ ଶୁଭାରମ୍ଭ କରାଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସୁଭଦ୍ରା ସଚେତନା ରଥର ଶୁଭାରମ୍ଭ କରାଯାଇଛି । ଗଜପତି ଜିଲ୍ଲାପାଳ ବିଜୟ କୁମାର୍ ଦାସ୍ ସବୁଜ ପତକା ଦେଖାଇ ଶୁଭ ଆରମ୍ଭ କରିଛନ୍ତି । ଏହି ସଚେତନା ରଥ ଜିଲ୍ଲା ର ୧୪୯ ଗୋଟି ଗ୍ରାମପଞ୍ଚାୟତ ରେ ସୁଭଦ୍ରା ଯୋଜନା ଉପରେ ସଚେତନ କରିବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଡଃ ଗୁଣନିଧି ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମନୋରମା ଦେବୀ, ପ୍ରୋଗ୍ରାମ ଅଫିସର ସାରଳା ପାତ୍ର, ସମାଜ କଲ୍ୟାଣ ବିଭାଗର କର୍ମଚାରୀ ଏବଂ ଅଙ୍ଗନବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।