କଟକର ଫୁଡ୍ ଷ୍ଟଲରେ ସିଏମସିର ଚଢାଉ । କଟକ ଜିଲ୍ଲାର ରାଣୀହାଟ ଛକର ରାସ୍ତାକଡ଼ରେ ପଡିଥିବା ବିଭିନ୍ନ ପ୍ରକାରର ଫୁଡ୍ ଷ୍ଟଲରେ ସିଏମସି ପକ୍ଷରୁ ଚଢାଉ କରାଯାଇ ଖାଦ୍ୟଦ୍ରବ୍ୟର ମାନ ସମ୍ପର୍କରେ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଖାଦ୍ୟରେ ବ୍ୟବହାର ହେଉଥିବା ରଙ୍ଗ ଓ ବାସି ଖାଦ୍ୟକୁ ମଧ୍ୟ ଯାଞ୍ଚ କରାଯାଇଥିଲା । ବିଭିନ୍ନ ଦୋକାନର ମଧ୍ୟ ଲାଇସେନ୍ସ ଚେକ୍ କରାଯାଇଥିଲା । ଏହି ସମୟରେ ସିଏମସିର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ଖାଦ୍ୟ ନିରାପତ୍ତା ଅଧିକାରୀମାନେ ଉପସ୍ଥିତ ଥିଲେ । ପାର୍ବଣ ଋତୁର ପ୍ରଥମ ପର୍ବ ଗଣେଶ ପୂଜା ଆରମ୍ଭ ହୋଇଯାଇଥିବାରୁ ବିଭିନ୍ନ ଫୁଡ୍ ଷ୍ଟଲରେ ସିଏମସି ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କରିବା ସହିତ ଅପମିଶ୍ରିତ ଖାଦ୍ୟ ବିକ୍ରି ଉପରେ ରୋକ ଲଗାଇଥିଲା ।