ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସାଂସଦ ନବ ଚରଣ ମାଝୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ‘ଅକ୍ଟୋବର ୨୭ରେ ରାଇରଙ୍ଗପୁର ଗସ୍ତ କରିବେ ଏବଂ ୨୮ରେ ଫେରିଯିବେ। ଏହି ଗସ୍ତ ମଧ୍ୟରେ ରାଷ୍ଟ୍ରପତି ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ସାମିଲ ହେବେ ।
ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ୨୬ରୁ ୩୦ ଯାଏଁ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବାକୁ ଯାଉଛି। ଆଉ ଏହି ମେଗା ଚକ୍ଷୁ ଚିକିତ୍ସା ଶିବିର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ସାମିଲ ହେବେ। ଏହି ଶିବିରରେ ଦିଲ୍ଲୀର ୧୦୦ରୁ ଊର୍ଦ୍ଧ୍ୱ ଚକ୍ଷୁ ବିଶେଷଜ୍ଞ ଲୋକଙ୍କ ମାଗଣା ଚିକିତ୍ସା କରିବେ। ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ନିଶ୍ଚିତ କରାଯାଇନାହିଁ।