ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆଙ୍କ ବାସଭବନ ନବୀକରଣ କାମ ଚାଲୁଥିବା ସମୟରେ ସେଠାରୁ ବାହାରିଛି ଏକ ସାପ । ଘଟଣାଟି ଭୁବନେଶ୍ୱର ସ୍ଥିତ ୟୁନିଟ-୬ର । ସେଠାରୁ ଗୋଟିଏ ସାପଟିକୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, କ୍ୱାର୍ଟର୍ସ ଭିତରେ ଥିବା କର୍ମଚାରୀ ମାନେ କବାଟ ଖୋଲିବା ବେଳକୁ ଏକ ବଡ ସାପ କବାଟ ପାଖରେ ଦେଖି ଭୟଭୀତ ହୋଇ ଯାଇଥିଲେ। ପରେ ସ୍ନେକ୍ ହେଲ୍ପଲାଇନକୁ ଖବର ଦିଆଯାଇଥିଲା । ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର ସାପଟି ଢମଣା ବୋଲି ଜଣାଯାଇଛି। ତାର ଲମ୍ବ ୫ ଫୁଟ। ପରେ ସାପଟିକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି।