ଭୁବନେଶ୍ୱର : ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ୨୫ ତାରିଖ ଯାଏଁ ସଦର ମହକୁମା ନ ଛାଡ଼ିବାକୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି। ସାଧାରଣ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ।
ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ କର୍ମଚାରୀ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ଏବଂ ଜିଲ୍ଲାପାଳଙ୍କ ବିନା ଅନୁମତିରେ ମହକୁମା ଛାଡ଼ି ନ ଯିବାକୁ ପରାମର୍ଶ ରହିଛି।
ଅନ୍ୟପଟେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ଅବପାତର ରୂପ ନେବ। ଯାହା ୨୨ ତାରିଖରେ ଡିପ ଡିପ୍ରେସନ୍ ହେବ। ଏହି ସିଷ୍ଟମ ମୁହାଁଇବ ଓଡ଼ିଶା। ରାଜ୍ୟରେ ୫ ଦିନ ଧରି ପ୍ରବଳ ବର୍ଷା କରାଇବ। ତେବେ ଲଘୁଚାପ ବାତ୍ୟା ରୂପ ନେବା ସମ୍ଭାବନା ଥିବା ଭିନ୍ନ ଭିନ୍ନ ପାଣିପାଗ ମଡେଲ ଆକଳନ କରିଛନ୍ତି।