ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ତେବେ ମାଆ ସମଲେଶ୍ବରୀଙ୍କ ପାଖରେ ୯ଟା ୧୨ରୁ ୯ଟା ୨୭ ମଧ୍ୟରେ ଶୁଭ ଲଗ୍ନରେ ନବାନ୍ନ ଲାଗି ହେବ। ଏହା ପରେ ସାରା ପଶ୍ଚିମ ଓଡିଶାବାସୀ ନୂଆଁଖାଇ ପାଳିବୋ ନୂଆଁ ଖାଇ ପାଇଁ ଘରେ ଘରେ ପିଠା ମିଠାର ମହକ। ଏଥିପାଇଁ ଉତ୍ସବମୁଖର ଗାଁ ଠୁ ସହର। ନୂଆଁଖାଇକୁ ନେଇ ସମସ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ଘରେ ଘରେ ଧୁମଧାମରେ ଆରମ୍ଭ ହେଲାଣି ନୂଆଁଖାଇ ପ୍ରସ୍ତୁତି। ଏହି ପର୍ବକୁ ସମସ୍ତେ ଏକାଠି ହୋଇ ମିଳିମିଶି ବେଶ ଧୁମ ଧାମରେ ପାଳନ କରିଥାନ୍ତି। ତେବେ ପ୍ରଥମେ ଇଷ୍ଟ ଦେବୀ ମା ସମଲେଶ୍ବରୀଙ୍କୁ ନବାନ୍ନ ଅର୍ପଣ କରିବା ପରେ ଏକତ୍ର ବସି ସପରିବାର ଖାଇବାର ପରମ୍ପରା ରହିଛି। ତେବେ ଦୂରଦୂରାନ୍ତରେ ଥିବା ଲୋକେ ଗାଁକୁ ଫେରିଛନ୍ତି ଏବଂ ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ।