ରବିବାର ବଲାଙ୍ଗିର ସମ୍ବଲପୁର ଜାତୀୟ ରାଜପଥ ସ୍ଥିତ ମାଧିଆପାଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଡକ ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଦର ପୁଲିସ ଏକ ମାମଲା ରୁଜୁ କରି ସେମାନଙ୍କ ପରିଚୟ ଖୋଜୁଥିଲା । ତେବେ ରବିବାର ସନ୍ଧ୍ୟାରେ ମୃତକଙ୍କର ପରିଚୟ ମିଳିଛି । ସେମାନେ ହେଲେ ଛତିଶଗଡ଼ ରାୟପୁର ର ଅନିଲ ଚୁଟେ ଏବଂ ଆକାଶ ସୁନୱାନୀ l ମିଳିଥିବା ସୂଚନା ଅନୁସାରେ ଏହି ଦୁଇଜଣ ଯୁବକ ବୁଲିବାକୁ ଯାଉଛୁ କହି ଘରୁ ବାହାରିଥିଲେ । ରବିବାର ଭୋର୍ ସକାଳ ପ୍ରାୟ ୫ ଟା ସମୟରେ ତାଙ୍କର ପଲସର ଗାଡ଼ି(ସିଜି ୦୪ ଏମଏଫ ୮୦୮୨)କୁ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଫେରାର ମାରିଥିଲା । ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ଏହାଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ସଦର ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଥିଲା ସେମାନଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଥିଲା ମୃତକଙ୍କ ପରିବାର କୁ ଖବର ଦେବାପରେ ସେମାନେ ବଲାଙ୍ଗୀର ପହଞ୍ଚିଛନ୍ତି ବେବଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।