ଆଜି ସିଏମ କିଷାନ ଯୋଜନାର ହେବ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ଆଜି ପଶ୍ଚିମ ଓଡିଶା ର ଗାନ ପର୍ବ ନୂଆଁଖାଇ ଅବସରରେ ସିଏମ କିଷାନ ଯୋଜନାର ହେବ ଶୁଭାରମ୍ଭ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ହେବ। ତେଣୁ ନୂଆଁଖାଇ ପର୍ବ ପାଳନ ଏବଂ ସିଏମ କିଷାନ ଯୋଜନାର ହେବ ଶୁଭାରମ୍ଭ ଉଭୟ କାର୍ଯ୍ୟ ପାଇଁ ସମ୍ବଲପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ମା' ସମଲେଇଙ୍କ ଦର୍ଶନ ପରେ ବିଭିନ୍ନ ସଂଗଠନ ତରଫରୁ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ତେବେ ନୂଆଁଖାଇ ଅବସରରେ ସମସ୍ତଙ୍କୁ ନୂଆ ଭେଟି ଦେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ।