ଶନିବାର ଭୂକମ୍ପରେ ଥରିଲା ଜାପାନର ବୋନିନ ଦ୍ୱୀପପୁଞ୍ଜ । ଶନିବାର ଅପରାହ୍ନରେ ଭୂକମ୍ପ ସୃଷ୍ଟି ହେବାପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୬.୩ । ଭୂକମ୍ପର ତୀବ୍ରତା ଅଧିକ ଥିବାରୁ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି କିନ୍ତୁ କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଭୂକମ୍ପର କେନ୍ଦ୍ରସ୍ଥଳୀ ୫୦୬ କିଲୋମିଟର ଗଭୀରରେ ସୃଷ୍ଟି ହୋଇଛି ବୋଲି ସୂଚନା ମିଳିଛି । ସମୁଦ୍ର ତଳେ ଭୂକମ୍ପ ସୃଷ୍ଟି ହୋଇଥିବାରୁ ସୁନାମୀ ହେବାକୁ ନେଇ କୌଣସି ପୂର୍ବାନୁମାନ କରାଯାଇ ନାହିଁ ।