ଚନ୍ଦ୍ର ପୃଷ୍ଠରେ ଚାଷ କରିବ ନାସା । ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠାରେ ଚାଷ କରିବା ପାଇଁ ପ୍ରସ୍ତୁତି କରାଯାଉଛି । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏକ ଅଦ୍ଭୁତ ପୂର୍ବ ପ୍ରୋଜେକ୍ଟ ଉପରେ କାମ କରାଯାଉଛି । ଯାହା ମହାକାଶ ଗବେଷଣାରେ ଏକ ମାଇଲ ଖୁଣ୍ଟ ସୃଷ୍ଟି କରିବ । ନାସା ପୁଣିଥରେ ମନୁଷ୍ୟକୁ ଚନ୍ଦ୍ର ପୃଷ୍ଠକୁ ପଠାଇ ଏହି ପ୍ରୋଜେକ୍ଟ ସଫଳ କରିବ ପାଇଁ ଜୋରଦାର ପ୍ରସ୍ତୁତି ଚଲାଇଛି । ନାସା ଦ୍ୱାରା ନିଆଯାଇଥିବା ପଦକ୍ଷେପ ଆଗାମୀ ୨୦୨୬ ଆର୍ଟିମିସ୍-୩ ମିଶନର ଅଂଶବିଶେଷ ବୋଲି ସୂଚନା ମିଳିଛି ।
ଆର୍ଟିମିସ୍-୩ ମିଶନର ଅଂଶବିଶେଷ ଭାବେ ମହାକାଶଚାରୀମାନେ ଡକ୍ଓ୍ବିଡ୍ ଓ ଥେଲ୍ କ୍ରେସ୍ ସହିତ ବିଭିନ୍ନ ପ୍ରଜାତିର ଉଦ୍ଭିଦ ଚାଷ କରାଯିବ ବୋଲି ସୂଚନା ମିଳିଛି । ଏହି ଚାଷ କରିବା ପାଇଁ ପ୍ରଥମେ ଚନ୍ଦ୍ର ପୃଷ୍ଠରେ ବିକାଶ ପ୍ରକୋଷ୍ଠ ସ୍ଥାପନ କରାଯିବ । ଉଦ୍ଭିଦଗୁଡ଼ିକ ଚନ୍ଦ୍ର ପରିବେଶ ପାଇଁ ଅନୁକୂଳ ଏବଂ ନିରନ୍ତର ଖାଦ୍ୟ ଉତ୍ସ କ୍ଷମତା ଥିବାରୁ ଏହି ଉଦ୍ଭିଦକୁ ସେଠାରେ ଚାଷ କରାଯିବ । ଡକ୍ଓ୍ବିଡ୍ ନିଜର ନମନୀୟତା ଓ ଶୀଘ୍ର ବଢପାରୁଥିବା ଗୁଣ ରହିଥିବା ସହିତ ଏହା ବହୁ ମାତ୍ରାରେ ଅମ୍ଳଜାନ ଓ ପ୍ରୋଟିନ୍ ପ୍ରଦାନ କରିଥାଏ। ସେଥିପାଇଁ ଏହାକୁ ମହାକାଶରେ ଚାଷ ପାଇଁ ଉପଯୁକ୍ତ ଭାବି ଚୟନ କରାଯାଇଛି।