୫ମ ଥର ପାଇଁ ରାଷ୍ଟ୍ରପତି ହେଲେ ପୁଟିନ । ରୁଷର ପୂର୍ବତନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ୫ ବର୍ଷ ପାଇଁ ରାଷ୍ଟ୍ରପତି ଗାଦିରେ ବସିଛନ୍ତି । ରାଷ୍ଟ୍ରପତି ଭାବେ ୫ମ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ଭ୍ଲାଦିମିର ପୁଟିନ । ରୁଷ ତଥା ବିଶ୍ୱର ପ୍ରଥମ ନେତା ଭାବେ ସେ ୫ମ ଥର ପାଇଁ ରାଷ୍ଟ୍ରପତି ହୋଇଛନ୍ତି । ସେ ହେଉଛନ୍ତି ଏକମାତ୍ର ରାଷ୍ଟ୍ରପତି ଯିଏ କି ନିଜ ଇଛା ଅନୁଯାୟୀ ଦେଶର ସମ୍ବିଧାନକୁ ବଦଳାଇପାରିଛନ୍ତି । ଦୀର୍ଘ ୨୪ ବର୍ଷ ତଳେ ସେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଗାଦିରେ ବସି ଦେଶର ଶାସନ ଭାର ତୁଲାଇଥିଲେ ।
ତେବେ ପୁଣିଥରେ ଆଉ ୫ ବର୍ଷ ଯାଏଁ ସେହି ଗାଦିରେ ବସିଛନ୍ତି । ମାର୍ଚ୍ଚ ମାସରେ ରୁଷରେ ନିର୍ବାଚନ ହୋଇଥିଲା ସେହି ନିର୍ବାଚନ ରେ ପୁଟିନ ୮୭% ଭୋଟ ପାଇଥିଲେ। ସାଧାରଣ ଜନତା ତାଙ୍କୁ ବିପୁଳ ପରିମାଣରେ ସମର୍ଥନ କରିଛନ୍ତି । ଏପରିକି ବିରୋଧରେ ଥିବା ପ୍ରାର୍ଥୀମାନେ ମଧ୍ୟ ପୁଟିନକୁ ସମର୍ଥନ କରିଥିଲେ। ରାଷ୍ଟ୍ରପତି ଗାଦିରେ ବସିବା ପୂର୍ବରୁ ସେ ଶପଥ ପାଠ ଗ୍ରହଣ କରିଛନ୍ତି । ପୁଟିନଙ୍କ ଶପଥ ପାଠ ଗ୍ରହଣ ପରେ ରୁଷରେ ସରକାର ଗଠନ କରାଯିବ ।
ଅଧିକ ପଢନ୍ତୁ :ଏମିତି ଏକ ଦେଶ ;ଯାହାର ଲୋକସଂଖ୍ୟା ମାତ୍ର ୩୦୦