ନୂଆଦିଲ୍ଲୀ: ଭାରତ ମଙ୍ଗଳବାର ମାଳଦୀପର ପ୍ରତିରକ୍ଷା ମନ୍ତ୍ରୀ ଘାସନ ମୌବୁନଙ୍କ ଦାବିକୁ ଖଣ୍ଡନ କରିଛି, ଯେଉଁଥିରେ ସେ ଅଭିଯୋଗ ଆଣିଥିଲେ ଯେ, ମାଳଦୀପରେ ମୁତୟନ ଭାରତୀୟ ସେନା ହେଲିକପ୍ଟର ପାଇଲଟମାନେ ୨୦୧୯ରେ ଏକ ଅନାଧିକୃତ ଅପରେସନ କରିଥିଲେ । ମାଳଦୀପରେ ଭାରତର ଉଚ୍ଚାୟୋଗ ଏକ ବୟାନରେ କହିଛି, ଭାରତୀୟ ବିମାନଚଳାଚଳ କଂପାନିଗୁଡ଼ିକ ସବୁବେଳେ ସ୍ଥାନୀୟ ନିୟମ ଏବଂ ପ୍ରକ୍ରିୟାକୁ ସମ୍ମାନ ଦେଇଥାନ୍ତି । ମାଲେରେ ମେ ୧୧ରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମାଳଦୀପର ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ୨୦୧୯ରେ ଭାରତୀୟ ସେନା କର୍ମୀ ଥିମାରାଫୁଶିରେ ଏକ ଗୁପ୍ତ ହେଲିକପ୍ଟର ଅବତରଣ କରାଇଥିଲେ ।
ମୌମୁନ କହିଥିଲେ, ସେ ନ୍ୟାସନାଲ ସିକ୍ୟୁରିଟି ସର୍ଭିସ୍ ମାମଲାରେ ସଂସଦୀୟ ସମିତିର ରିପୋର୍ଟ ଦେଖିଛନ୍ତି, ଯେଉଁଥିରେ ଏହା କୁହାଯାଇଛି । ଅନ୍ୟପଟରେ ମାଳଦୀପରେ ଭାରତୀୟ ଉଚ୍ଚାୟୋଗ ଏକ ବୟାନ ଜାରି କରି ଧାସନ ମୌମୁନଙ୍କ ଦାବି ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି ଯେ, ଭାରତୀୟ ସେନା କର୍ମୀ ମାଳଦୀପ ମାଳଦୀପ ନ୍ୟାସନାଲ ଡିଫେନ୍ସ ଫୋର୍ସ (ଏମ୍ଏନ୍ଡିଏଫ୍) ସହିତ ତାଳମେଳରେ ସବୁ ଅପରେସନ ଚଳାଇଥିଲେ । ଭାରତୀୟ ଉଚ୍ଚାୟୋଗ କହିଛନ୍ତି, ୨୦୧୯ ଅକ୍ଟୋବର ୯ରେ ଚାଳକ ଦଳର ସୁରକ୍ଷାକୁ ଦୃଷ୍ଟିରେ ରଖି ଥିମାରାଫୁଶିରେ ଏକ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଥିଲା । କିନ୍ତୁ ଏଥି ପାଇଁ ସ୍ଥାନୀୟ ଏୟାର ଟ୍ରାଫିକ କଣ୍ଟ୍ରୋଲ ଠାରୁ ମଂଜୁରୀ ନିଆଯାଇଥିଲା ।