ଏମିତି ଏକ ଦେଶ ;ଯାହାର ଲୋକସଂଖ୍ୟା ମାତ୍ର ୩୦୦ । ଏହି କଥା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ପ୍ରକୃତରେ ଏଭଳି ଏକ ଦେଶ ଅଛି ଯେଉଁ ଦେଶ ୩୦୦ ଲୋକ ସଂଖ୍ୟାକୁ ନେଇ ଗଠିତ ହୋଇଛି । ସମୁଦ୍ର ମଝିରେ ସି ଲ୍ୟାଣ୍ଡ ନାଁରେ ରହିଛି ଏକ ଦେଶ । ଏହା ଯେତିକି ଆଶ୍ଚର୍ଯ୍ୟ ସେତିକି ରୋମାଞ୍ଚ ଏହାର ଗଠନ ପଛର କାହାଣୀ । ଏଠାକୁ ଯିବା ଏତେ ସହଜ କଥା ନୁହଁ । ଅନ୍ୟ ଦେଶ ଗୁଡିକ ଭଳି ଏଠାକୁ ଆସିବାକୁ ହେଲେ ଦରକାର ହୋଇଥାଏ ପାସପୋର୍ଟ ଓ ଭିସା । ୟୁକେ ଏହାକୁ ସ୍ବତନ୍ତ୍ର ଦେଶ ଭାବେ ମାନ୍ୟତା ଦେଇଛି ।
ସାରା ବିଶ୍ବର ୩୦୦ ଲୋକ ଏହି ଦେଶର ନାଗରିକ । ଲଣ୍ଡନ ଠାରୁ ୨ ଘଣ୍ଟାର ରାସ୍ତା ଅତିକ୍ରମ କରି ଏକ ଉପକୂଳ ସହରରେ ପହଂଚି କରିବାକୁ ହୋଇଥାଏ ଭିସା ସଂଗ୍ରହ । ସେଠାରୁ ଜାହାଜରେ ଗଲେ ପଡିଥାଏ ସି ଲ୍ୟାଣ୍ଡ । ଦ୍ଵିତୀୟ ବିଶ୍ବଯୁଦ୍ଧ ସମୟରେ ୟୁକେ ନୌବାହିନୀ ଏହାର ଭିତ୍ତିଭୂମି ତିଆରି କରିଥିଲା । ପରେ ଏହାକୁ ଛାଡି ଚାଲିଆସିଥିଲା ନେଭି । ୧୯୬୦ରେ ରୟ ବେଟସ ନାମକ ଜଣେ ବ୍ୟକ୍ତି ସେଠାକୁ ଯାଇ ଚଳାଇଲେ ବେଆଇନ ଏକ ରେଡ଼ିଓ ଷ୍ଟେସନ । ସମୁଦ୍ର ମଝିରେ ରହି ଯଦି ରେଡ଼ିଓ ଷ୍ଟେସନ କରିପାରୁଛି ତେବେ ନୂଆ ଏକ ଦେଶ କାହିଁକି କରିପାରିବି ନାହିଁ ବୋଲି ଚିନ୍ତା କରି ସେ ତିଆରି କଲେ ସି ଲ୍ୟାଣ୍ଡର ନୀତି ନିୟମ ଆଉ ଆଇନ କାନୁନ ।
ଏହାପରେ ପ୍ରସ୍ତୁତ କଲେ ନିଜ ଦେଶ ପାଇଁ ପତାକା, ମୁଦ୍ରା ଆଉ ପାସପୋର୍ଟ । ବର୍ଷା ଜଳକୁ ସଂରକ୍ଷିତ କରିବା ସହିତ ସୋଲାର ପାୱାରରେ ଉତ୍ପାଦନ କଲେ ବିଜୁଳି ଶକ୍ତି । ନିରାପତ୍ତା ପାଇଁ ନିଜସ୍ବ ସୁରକ୍ଷାକର୍ମୀ ମୁତୟନ ହେଲେ । ପ୍ରଥମେ ପ୍ରଥମେ ଏଠାକୁ ଆସୁଥିବା ଲୋକ ଏହାକୁ ଜେଲଖାନ କହି ଚାଲିଗଲେ । ପରେ ପରେ ଯେଉଁ ୩୦୦ ଲୋକ ଆସି ନାଗରିକତ୍ୱ ନେଲେ ସେମାନେ ଏହି ଦେଶକୁ ବିଶ୍ବର ସବୁଠୁ ଶାନ୍ତିର ଦେଶ ବୋଲି କହିଥିଲେ । ଏହି ଦେଶ ଯେତିକି କ୍ଷୁଦ୍ର ସେତିକି ସୁନ୍ଦର ।
ଅଧିକ ପଢନ୍ତୁ :ବୈଷୟିକ ତ୍ରୁଟି ପାଇଁ ମହାକାଶ ଯାତ୍ରା ସ୍ଥଗିତ