ଭାରତୀୟ ବଂଶୋଦଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କ ମହାକାଶ ଯାତ୍ରା ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଥିଲା । ବୈଷୟିକ ତ୍ରୁଟି ଯୋଗୁଁ ଏହି ଯାତ୍ରାକୁ ସ୍ଥଗିତ ରଖିବାକୁ ପଡିଲା, ଏନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ତୃତୀୟ ଥର ପାଇଁ ସୁନୀତା ମହାକାଶକୁ ଯାତ୍ରା କରିବାକୁ ଯାଉଥିବା ବେଳେ ସେ ବୋଇଙ୍ଗର ନୂତନ ଷ୍ଟାରଲାଇନର୍ ସ୍ପେସ କ୍ୟାପସୁଲ ମାଧ୍ୟମରେ ମହାକାଶକୁ ଉଡ଼ିବାର କାର୍ଯ୍ୟକ୍ରମ ଥିଲା । ଜ୍ୟୋର୍ତିବିଜ୍ଞାନ ବଚ ୱିଲମୋର ମଧ୍ୟ ସୁନୀତାଙ୍କ ସହ ଏହି ମହାକାଶ ଯାତ୍ରା କରିଥାନ୍ତେ । ଭାରତୀୟ ସମୟ ସକାଳ ୮ଟା ୪ ରେ ଫ୍ଲୋରିଡାର କେପ କାନଭେରାଲର କେନେଡି ସ୍ପେସ ସେଣ୍ଟରରୁ ସୁନୀତା ବୋଇଙ୍ଗ ଷ୍ଟାରଲାଇନ ମାଧ୍ୟମରେ ଉତକ୍ଷେପଣ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଅନ୍ତିମ ପର୍ଯ୍ୟାୟରେ ଯାନରେ ତ୍ରୁଟି ଦେଖାଯିବାରୁ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ବୋଇଙ୍ଗ ଷ୍ଟାରଲାଇନର ପ୍ରତିଦ୍ୱନ୍ଦ୍ୱୀ ଏଲୋନ ମସ୍କଙ୍କ ସ୍ପେସ ଏକ୍ସର ଡ୍ରାଗନ କ୍ୟାପସୁଲ ପାଇଁ ଡିଜାଇନ କରିଥିଲା, ଯାହା ମେ ୨୦୨୦ରେ ଏହାର କ୍ରୁଡ ଫ୍ଲାଇଟ ପରୀକ୍ଷା କରିଥିଲା । ଏହା ପରେ ସ୍ପେସ ଏକ୍ସ ନାସାର ଅଧିକାଂଶ କ୍ରୁ ପରିବହନ ଆବଶ୍ୟକତାକୁ ନିୟନ୍ତ୍ରଣ କରିଛ ।
ଅଧିକ ପଢନ୍ତୁ : ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ହତ୍ୟା