ଅଷ୍ଟ୍ରେଲିଆରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି । ଖବର ପାଇ, ପୋଲିସ ଏହି ଘଟଣାର ଯାଞ୍ଚ କରୁଛି । ସୂଚନା ଅନୁସାରେ, ଅଷ୍ଟ୍ରେଲିଆରେ ଜଣେ ଛାତ୍ରଙ୍କୁ ହତ୍ୟା କରାଯାଇଛି । ମୃତ ଛାତ୍ର ଜଣକ ଭାରତୀୟ ବୋଲି ଜଣାପଡିଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା । ପୋଲିସର ସୂଚନା ଅନୁସାରେ, ଛାତ୍ର ଜଣକ ଅଷ୍ଟ୍ରେଲିଆରେ ଏମ୍ଟେକ୍ ପାଠ ପଢୁଥିଲେ । କୌଣସି କାରଣରୁ ସାଙ୍ଗମାନଙ୍କ ସହିତ ପାଟିତୁଣ୍ଡ ହେବାରୁ ଜଣେ ସାଙ୍ଗ ତାଙ୍କୁ ଛୁରୀ ଭୁଷି ହତ୍ୟା କରିଛି । ଏହି ଘଟଣାରେ ମଧ୍ୟ ଅନ୍ୟ ଜଣ ଗୁରୁତର ହୋଇଥିଲେ । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।