ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡିଛି ଆମେରିକା । ପ୍ରତିଦିନ କିଏ ନା କିଏ ମରୁଛି ନହଁଲେ ଜୀବନ ଦେଉଛି । ଦିନକୁ ଦିନ ଭାରତୀୟ ଛାତ୍ର ବିଦଶରେ ଅସୁରକ୍ଷିତ । ଏହି ଭଳି ଗୋଟିଏ ଘଟଣା ପୁଣି ଦେଖିବାକୁ ମିଳିଛି। ଜଣେ ଭାରତୀୟ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଗଲା ୮ ଦିନ ହେବ ତାଙ୍କ ପତ୍ତା ମିଳୁନାହିଁ । ନିଖୋଜ ଭାରତୀୟ ଛାତ୍ର ହେଲେ ରୂପେଶ ଚନ୍ଦ୍ର ଚିନ୍ତାକିଣ୍ଡି। ସେ ହାଇଦ୍ରାବାସର ବାସିନ୍ଦା। ଗଲା ମେ' ୨ ତାରିଖରୁ ସେ ନିଖୋଜ ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ବା ତାଙ୍କ ସହ ଯୋଗାଯୋଗ କରିବା ପାଇଁ ପୁଲିସ୍ ଚେଷ୍ଟା ଚଳାଇଛି। ଆମେରିକାରେ ରହୁଥିବା ଭାରତୀୟ ଛାତ୍ରଙ୍କ ସହ ଯୋଗାଯୋଗ ମଧ୍ୟ କରାଯାଇଥିବା ନେଇ ଚିକାଗୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ କହିଛି ।
ଚିକାଗୋରେ ଥିବା ଭାରତର ବାଣିଜ୍ୟ ଦୂତାବାସ ପକ୍ଷରୁ ସୋଶାଲ ମିଡିଆରେ ପୋଷ୍ଟ କରି କୁହାଯାଇଛି ଯେ, 'ଭାରତୀୟ ଛାତ୍ର ରୂପେଶ ଚନ୍ଦ୍ର ଗତ ମେ ୨ ତାରିଖରୁ କେଉଁଆଡ଼େ ନିଖୋଜ ହୋଇ ଯାଇଛନ୍ତି। ଏହା ଗଭୀର ଚିନ୍ତାର ବିଷୟ। ତାଙ୍କୁ ଖୋଜିବା ପାଇଁ କନ୍ସୁଲେଟ୍ ପୁଲିସ୍ ସହ ଯୋଗାଯୋଗରେ ରହିଛି। ଖୁବ ଶୀଘ୍ର ତାଙ୍କ ପତ୍ତା ମିଳିଯିବ ବୋଲି ଆଶା କରାଯାଇଛି।
ଅଧିକା ପଢନ୍ତୁ:ବିଚ୍ ରାସ୍ତାରେ ଖଣ୍ଡା ଧରି ବୁଲିଲେ ଯୁବକ