ରୋଗ ଭଲ କରିବା ପାଇଁ ସ୍ତ୍ରୀକୁ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ୱାମୀ । କିନ୍ତୁ ପାଖରୁ ଟଙ୍କା ସରି ଯିବାରୁ ସ୍ତ୍ରୀକୁ ମେଡିକାଲ ବେଡ଼ରେ ହତ୍ୟା କଲେ ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା ଆମେରିକାର କାନସାସ ସହରରେ ଘଟିଛି । ସୂଚନା ଅନୁସାରେ, ଜଣେ ମହିଳା ଡାଏଲସିସି ରୋଗରେ ପୀଡିତ ଥିଲେ । ମହିଳାଙ୍କ ଚିକିତ୍ସା ପାଇଁ ତାଙ୍କୁ ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସମସ୍ତ ଟଙ୍କା ଖର୍ଚ୍ଚ କରାଯାଇଥିଲା କିନ୍ତୁ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା । ମହିଳାଙ୍କ ସ୍ୱାମୀ ରାଗରେ ମେଡିକାଲ ବେଡ଼ରେ ମହିଳାଙ୍କୁ ହତ୍ୟା କରିଛନ୍ତି । ତୁରନ୍ତ, ମେଡିକାଲ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ କରିଥିଲା ।