ଟଙ୍କା ସରିଯିବାରୁ ସ୍ତ୍ରୀର ତଣ୍ଟି ଚିପିଲା ସ୍ୱାମୀ । ଡାକ୍ତରଖାନା ବେଡ଼ରେ ସ୍ତ୍ରୀର ଜୀବନ ନେଲା ସ୍ୱାମୀ । ସାତ ଜନ୍ମକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଯୋଡି ହୋଇ ସ୍ୱାମୀ ସହ ଜୀବନ ସାଥି ଭବେ ରହିବାକୁ ଆସିଥିଲା । ଜୀବନର ସବୁ ଦୁଃଖକଷ୍ଟକୁ ବାଣ୍ଟି ନେଇ ଏକାଠି ରହିବାକୁ ଶପଥ ନେଇଥିଲେ । କିନ୍ତୁ ଯାହାକୁ ଜୀବନ ସାଥି ଭାବେ ହାତ ଧରିଥିଲା ସେ ହିଁ ନେଲା ଜୀବନ । ଚିକିତ୍ସା ପାଇଁ ଟଙ୍କା ନିଜ ହାତରେ ସ୍ତ୍ରୀକୁ ମାରିଲା ସ୍ୱାମୀ । ଏଭଳି ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି ଆମେରିକାରୁ ।
ସୂଚନା ଅନୁଯାୟୀ,ଆମେରିକାର କାନସାସ ସହରରେ ଜଣେ ମହିଳାଙ୍କ ଦେହ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା । ପତ୍ନୀ ଦୀର୍ଘ ଦିନ ହେଲା ଅସୁସ୍ଥ ଥିବାରୁ ତାଙ୍କ ସ୍ୱାମୀ ଚିକିତ୍ସା କଥା ବୁଝୁଥିଲେ । ସେ ତାଙ୍କୁ ନେଇ ଡାକ୍ତରଖାନାରେ ଆଡମିଟ କରାଇବା ପାଇଁ ଯାଇଥିଲେ କିନ୍ତୁ ବିଲ୍ ଦେବାକୁ ସ୍ୱାମୀ ଆଉ ସକ୍ଷମ ନଥିଲେ । କୌଣସି ଉପାୟ ନପାଇ ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଥିଲେ ବୋଲି ଅଭିଯୁକ୍ତ ଜଣକ ସ୍ୱୀକାର କରିଛନ୍ତି । ହାପିଟାଲରେ ମୃତଦେହ ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସ୍କୁ ଖବର ଜଣାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା ।