ବିଶ୍ଵବଜାରରୁ ଭାକ୍ସିନ ଫେରାଇ ନେବ ଆଷ୍ଟ୍ରୋଜେନିକା । ସାରା ବିଶ୍ୱ ବଜାରରୁ ‘ଭାକ୍ସେଭେରିଆ’ କରୋନା ଟିକାକୁ ଫେରାଇନେବା ଆରମ୍ଭ କରିଛି ଆଷ୍ଟ୍ରାଜେନେକା । କରୋନା ଟିକାର ସାଇଡ ଇଫେକ୍ଟ ନେଇ ପ୍ରଶ୍ନ ଉଠିଥିଲା । ତାହାର ସତ୍ୟାସତ୍ୟ ଜାଣିବା ପରେ ଆଷ୍ଟ୍ରୋଜେନିକା କମ୍ପାନୀ ବଜାରରୁ ଭାକ୍ସିନ ଫେରାଇନେବା ପାଇଁ ଆଷ୍ଟ୍ରାଜେନେକା କମ୍ପାନୀ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ସାରା ବିଶ୍ଵରୁ ଏହାର ଟିକାକୁ ଫେରାଇନେବା ଲାଗି ଉଦ୍ୟମ କରାଯାଉଛି ।
ସୂଚନା ଅନୁଯାୟୀ,ଭାରତରେ ପ୍ରସ୍ତୁତ ହୋଇଥିବା କୋଭିସିଲ୍ଡ ଟିକାର ପାର୍ଶ୍ୱପତିକ୍ରିୟା ଦେଖା ଦେଇଥିଲା । ଏହି ଟୀକା ନେଇଥିବା ବ୍ୟକ୍ତିଙ୍କଠାରେ ରକ୍ତ ଜମାଟ ବାନ୍ଧିବା ସହ ପ୍ଲେଟଲେଟ୍ କାଉଣ୍ଟ କମିଯାଇଥିବା ଖବର ସାମ୍ନାକୁ ଆସିଥିଲା । ଏପରିକି ଏହି ଟୀକାର ପାର୍ଶ୍ଵପ୍ରତିକ୍ରିୟା ପାଇଁ କେତେକ ଲୋକଙ୍କ ମୃତ୍ୟୁ ଘଟାଇଥି ନେଇ ସାଙ୍ଘାତିକ ଅଭିଯୋଗ ହୋଇଥିଲା । ଏହି ଖବର ଜାଣିବା ପରେ ସାଧାରଣଲୋକଙ୍କ ମନରେ ଛନକା ପଶିଥିଲା ।
ଏହାପରେ ଏହି ଟିକାକୁ ତନ୍ନ ତନ୍ନ କରି ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଏହି କୋଭିଡ-୧୯ ଟିକାର ଯାଞ୍ଚ ପରେ ଏହା ମଣିଷ ଶରୀରରେ ଥ୍ରୋମ୍ବୋସିସ ସହିତ ଥ୍ରୋମ୍ବୋସାଇଟୋପେନିଆ ସିନ୍ଡ୍ରୋମ (ଟିଟିଏସ) ଭଳି ପ୍ରଭାବ ପକାଉଥିବା କମ୍ପାନୀ କୋର୍ଟରେ ସ୍ବୀକାର କରିଥିଲା । ଶେଷରେ ସାଧାରଣ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ଟିକାକୁ ଫେରାଇନେବା ଆରମ୍ଭ କରିଛି ।