ଇସ୍ରାଏଲ ଓ ପାଲେଷ୍ଟାଇନ ସଙ୍ଗଠନ ହାମାସ୍ ମଧ୍ୟରେ ଚାଲିଥିବା ବିନାଶକାରୀ ଯୁଦ୍ଧ ଏବେ ସପ୍ତମ ମାସରେ ପହଞ୍ଚିଛି । ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ ଉପରେ ଭାରି ପଡିଛି । ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଏଥିସହିତ ପୁଣି ଥରେ ଟେନସନ ବୃଦ୍ଧି ପାଇଛି । ଗାଜା ଷ୍ଟ୍ରିପକୁ ସହାୟତା ଯୋଗାଇବା ପାଇଁ ହମାସ ଇସ୍ରାଏଲର ମୁଖ୍ୟ କ୍ରସିଂ ପଏଣ୍ଟ ଉପରେ ମିଶାଇଲ୍ ମାଡ କରିଛି ।
ସୋମବାର ଇସ୍ରାଏଲ ସୈନ୍ୟମାନେ ମାନବିକ ସହାୟତା ଟ୍ରକ୍ଗୁଡିକ ପାଇଁ କେରେମ ଶାଲୋମ କ୍ରସିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହା ଗାଜାବାସୀଙ୍କ ସମସ୍ୟା ବଢାଇବାକୁ ଯାଉଛି । ଏଥିସହିତ ହମାସର ସାମରିକ ୱିଙ୍ଗ କସମ ବ୍ରିଗେଡ ଦାବି କରିଛି ଯେ, ଏହି ଆକ୍ରମଣରେ ସୀମା ନିକଟରେ ଇସ୍ରାଏଲର ଏକ ସୈନ୍ୟ ଟିମ୍ଙ୍କୁ ଟାର୍ଗେଟ କରାଯାଇଛି ।
ଅନ୍ୟପକ୍ଷରେ ଏହି ଯୁଦ୍ଧରେ ବେସାମରିକ ମୃତ୍ୟୁ ସଂଖ୍ୟା ଅଧିକ ଥିବାରୁ ଇସ୍ରାଏଲ ଅନ୍ତର୍ଜାତୀୟ ସ୍ତରରେ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛି । ଗତ ୬ ମାସ ମଧ୍ୟରେ ଏହି ଯୁଦ୍ଧଜନିତ ଧ୍ବଂସଲୀଳା ଓ ମୃତ୍ୟୁର ତାଣ୍ଡବ ସମଗ୍ର ବିଶ୍ବକୁ ଆନ୍ଦୋଳିତ କରିଛି । ଇସ୍ରାଏଲ ଏହି ଯୁଦ୍ଧ ବନ୍ଦ କରିବା ପାଇଁ ଏବେ ଏହାର ମିତ୍ର ରାଷ୍ଟ୍ର ଆମେରିକା ସମେତ ଅନ୍ୟ ସହଯୋଗୀ ରାଷ୍ଟ୍ରମାନେ ଚାପ ସୃଷ୍ଟି କରୁଛନ୍ତି । କିନ୍ତୁ ହମାସ୍କୁ ମୂଳପୋଛ କରିବା ପାଇଁ ସଂକଳ୍ପ ନେଇ ଇସ୍ରାଏଲ ଗାଜାକୁ ଧ୍ବଂସ କରିଚାଲିଛି ।
ଅଧିକ ପଢନ୍ତୁ : ଇତିହାସ ରଚିବେ ସୁନୀତା ୱିଲିୟମ୍ସ