ଆମେରିକାର ଉତ୍ତର କାରୋଲିନାରେ ଦୁର୍ବୃତ୍ତଙ୍କ ଗୁଳି ମାଡରେ ୪ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହା ସହ ଅନ୍ୟ ଚାରିଜଣ ଅଧିକାରୀ ଆହତ ହୋଇଛନ୍ତି। ବନ୍ଧୁକ ରଖିବା ଅଭିଯୋଗରେ ୱାରେଣ୍ଟ ସର୍ଭ କରିବାକୁ କାରୋଲିନାର ଏକ ଘରକୁ ଯାଇଥିଲେ । ଏହି ସମୟରେ ଘରେ ଥିବା ଦୁର୍ବୃତ୍ତ ଘର ଭିତରୁ ଗୁଳିମାଡ଼ କରିବା ଆରମ୍ଭ କରିଥିଲେ । ଗୁଳିମାଡରେ ୪ ଅଫିସର ଆହତ ହୋଇଥିବାବେଳେ ଅନ୍ୟ ୪ ଜଣଙ୍କର ଜୀବନ ଯାଇଛି । ଅଫିସର ମାନଙ୍କ ମଧ୍ୟରୁ ଜଣେ ଡେପୁଟି ମାର୍ଶଲଙ୍କ ମୃତ୍ୟୁ ହୋଇଛି । ତେବେ ୱାରେଣ୍ଟ ସର୍ଭ କରିବାକୁ ଯାଇଥିବା ଅଫିସରଙ୍କ ଉପରେ ଗୁଳିକାଣ୍ଡ ପରେ ଅନ୍ୟ ୪ ଅଫିସର ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆହତ ଅଫିସରଙ୍କୁ ଉଦ୍ଧାର ବେଳେ ଦୁର୍ବୃତ୍ତମାନେ ପୁନର୍ବାର ଗୁଳି ଫୁଟାଇବାରୁ ଅନ୍ୟ ୪ ଅଫିସର ଆହତ ହୋଇଥିଲେ । ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ଚାର୍ଲୋଟ୍-ମେକଲେନବର୍ଗ ପୋଲିସ୍ ମହାନିର୍ଦ୍ଦେଶକ ଜନି ଜେନିଙ୍ଗସ୍ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦେଶକୁ ସୁରକ୍ଷା ପ୍ରଦାନ କରୁଥିବା କିଛି ବୀରଙ୍କୁ ହରାଇ ଆମେ ଦୁଃଖିତ । ଅନ୍ୟପକ୍ଷରେ ଗୁଳିମାଡ ପରେ ଘରେ ଥିବା ଜଣେ ମହିଳା ଏବଂ ୧୭ ବର୍ଷ ଯୁବକଙ୍କୁ ପୋଲିସ ଜବତ କରିଛି ଏବଂ ସେମାନଙ୍କୁ ପଚାର ଉଚୁରା କରାଯାଉଛି ।
ଅଧିକ ପଢନ୍ତୁ : ଇରାକରେ ସମଲିଙ୍ଗୀ ସମ୍ପର୍କ ହେଲା ଦଣ୍ଡନୀୟ