ଇରାକରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି ଘୋଷଣା ହେଲା । ଇରାକର ସଂସଦରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି ଘୋଷଣା କରାଯାଇଛି । ଯଦି ସମଲିଙ୍ଗୀ ସମ୍ପର୍କ ରଖେ ତାଙ୍କୁ 15 ବର୍ଷ ଜେଲ୍ ଦଣ୍ତ ଭୋଗିବାକୁ ପଡିବ । ଏଥି ସହିତ ବେଶ୍ୟାବୃତ୍ତିକୁ ପ୍ରୋତ୍ସାହନା ଦେଉଥିବା ବ୍ୟାକ୍ତିକୁ ଅତି କମରେ 7 ବର୍ଷ ଜେଲ ଦଣ୍ତ ଭୋଗିବାକୁ ପଡିବ । ଏଥିସହ ଜୈବିକ ଲିଙ୍ଗ କିମ୍ବା ପୋଷାକ ବଦଳାଇଲେ ୧ରୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବିଧାନ କରାଯାଇଛି। ଏହି ଆଇନକୁ ମୁଖ୍ୟତଃ ରକ୍ଷଣଶୀଳ ଶିଆ ମୁସଲମାନ ଦଳମାନେ ସମର୍ଥନ କରିଥିଲେ ଯେଉଁମାନେ ମୁଖ୍ୟତଃ ମୁସଲମାନ ଇରାକର ସଂସଦରେ ସର୍ବବୃହତ ମେଣ୍ଟ ଗଠନ କରନ୍ତି। ଧାର୍ମିକ ମୂଲ୍ୟବୋଧକୁ ବଜାୟ ରଖିବା ଏବଂ ଇରାକ ସମାଜକୁ ନୈତିକ ଦୁର୍ବଳତାରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ସେଠାକାର ଅଧିକାରୀମାନେ କହିଛନ୍ତି।
ଅଧିକା ପଢନ୍ତୁ: ଆଜି ଅନ୍ତର୍ଜାତୀୟ ନୃତ୍ୟ ଦିବସ