ପୋଲସରା ଥାନା ଅନ୍ତର୍ଗତ ତୋଟା ସାହିରେ ଗୁରୁବାର ସକାଳେ ରାଜନୈତିକ ହିଂସା ପାଇଁ ଗୁଳିକାଣ୍ଡ ଘଟିଛି । ଏଥିରେ ଜଣେ ଗୁରୁତର ଆହତ ହୋଇ ପୋଲସରା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବାପରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି । ଘଟଣା ସ୍ଥଳରେ ପୋଲସରା ପୋଲିସ ପହଞ୍ଚି ଦୁଇଟି ଗାଡି, ମୋବାଇଲ, ୩ ଖୋକା ଜବତ କରିଛି ।
ସୂଚନା ଅନୁସାରେ ଗୁରୁବାର ସକାଳେ ଆହତ ଯୁବକ ରାସ୍ତାରେ ଠିଆ ହୋଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ତାଙ୍କ ନିକଟକୁ ଆସି ଅତର୍କିତ ଭାବରେ ୩ ରାଉଣ୍ଡ ଗୁଳି ଚଳାଇଥିଲେ ଯେଉଁଥିରୁ ଗୋଟିଏ ଗୁଳି ଯୁବକଙ୍କ ବେକରେ ଲାଗିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା ।