ମାଲକାନଗିରି: ପୁଣି ସାମ୍ନାକୁ ଆସିଲା ନକ୍ସଲଙ୍କ ହିଂସାତ୍ମକ କାର୍ଯ୍ୟ । ନକ୍ସଲମାନେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି ।
ସୂଚନା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲାର ବାସାପୁର ଥାନାର ଜଣେ ଯୁବକଙ୍କୁ ନକ୍ସଲମାନେ ଘରୁ ଡାକି ନେଇ ହତ୍ୟା କରିଛନ୍ତି । ମୃତ ଯୁବକ ଦିନେଶ ପୂଜାରୀ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ନକ୍ସଲଙ୍କ ସ୍ଥିତି ଉପରେ ନଜର ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଯୁବକଙ୍କୁ ନକ୍ସଲମାନେ ମାରଣାସ୍ତ୍ରରରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି ।