ଆଜି ହେଉଛି ଦୀପାବଳି । ଏଥିପାଇଁ ଚଳଚଂଚଳ ଭଦ୍ରକର ଭଦ୍ରକାଳୀ ପୀଠ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କ ପୀଠରେ ଆଜି ହେବ ସ୍ୱତନ୍ତ୍ର ନୀତିକାନ୍ତି । ଏହି ଅବସରରେ ସାତଦିନରେ ମା’ ସପ୍ତମାତୃକା ବେଶରେ ଦର୍ଶନ ଦେବେ । ଆଜି ମାଙ୍କ ପୂଜା ବିଧି ଅନୁସାରେ ମହିଳା ମାନଙ୍କୁ ନେଇ ଏକ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳା ମାନେ ପାଖରେ ଥିବା ସାଳନ୍ଦୀ ନଦୀ ରୁ ପାଣି ଆଣି ମାଙ୍କ ପାଖରେ ରଖିବା ପରେ ରିତିନିତି ଅନୁସାରେ ମା ଙ୍କ ର ପୂଜାର୍ଚ୍ଚନା କରାଯାଇଥିଲା।
ମା ଭଦ୍ରକାଳୀ ଙ୍କର ସପ୍ତ ଚଣ୍ଡୀ ର ପ୍ରଥମ ଦିନର ବେଶ ହେଉଛି ବେଦମାତା ବେଶ ।ସାତ ଦିନରେ ସାତୋଟି ବେଶରେ ଭକ୍ତ ମାନଙ୍କୁ ମା ଦର୍ଶନ ଦିଅନ୍ତି। ମାଙ୍କ ର ଯେଉଁ ସାତଟି ବେଶହେଉଛି ,ବେଦମାତା ବେଶ, ମହାକାଳି ବେଶ, ମହାଲକ୍ଷ୍ମୀ ବେଶ, ମହା ସରସ୍ୱତୀ ବେଶ, ସିଂହ ବାହିନି ବେଶ,ମେଦ ବେଶ । ମାଙ୍କ ପାଖରେ ତିନୋଟି ରାତି ଗୁରୁତ୍ୱ ପୁର୍ଣ୍ଣ ରାତି ତାହା ହେଉଛି ମହାଶିବରାତ୍ରି, ଜନ୍ମାଷ୍ଟମୀ ରାତି ଏବଂ କାଳ ରାତି । ଏହି ରାତିରେ ଯେଉଁ ମାନେ ରାତି ଅନିଦ୍ରା ହୋଇ ଅଖଣ୍ଡ ଦିପ ଜାଳନ୍ତି ସେମାନଙ୍କ ର ମନସ୍କାମନା ପୁର୍ଣ୍ଣ ହୋଇଥାଏ। କାର୍ତିକ ମାସରେ ମାଙ୍କ ପାଖରେ ଦିପ ଜାଳିଲେ ରୋଗ, ଶୋକ ସବୁ ନାସ ହୁଏ । ତେବେ ଏଠାରେ ମାଙ୍କ ଭୋଗର ଏକ ସ୍ୱତନ୍ତ୍ରତା ରହିଛି । ମାଙ୍କ ଭୋଗ ରେ ବେଲ ପତ୍ର ସହିତ ତୁଳସୀ ପତ୍ର ପଡି ଭୋଗ ହୁଏ କାରଣ ମା ତାଙ୍କ ଡାହାଣ କୋଳରେ କୃଷ୍ଣଙ୍କୁ ଧରିଛନ୍ତି ସେଥିପାଇଁ ଭୋଗରେ ବେଲପତ୍ର ସହିତ ତୁଳସୀ ପତ୍ର ପଡି ଭୋଗ ହୋଇଥାଏ।